Skip to main content

Beneficiaries for April 2021

 ରହିନାହିଁ କେହି ରହିବେ ନାହିଁଟି

                             ଭବରଙ୍ଗ ଭୂମି ତଳେ

ସର୍ବେ ନିଜ ନିଜ ଅଭିନୟ ସାରି

                          ବାହୁଡିବେ କାଳବଳେ । 


ପ୍ରିୟ ସହଯୋଗୀ ବନ୍ଧୁ  ,

ଆପଣଙ୍କ ସହଯୋଗରେ Care Foundation ତାର ମହତ୍ ଉଦ୍ଦେଶ୍ଯକୁ ସୂଚାରୁରୂପେ ସଂପାଦନ କରୁଛି  ।  19.04.2021 ସୋମବାର ଦିନ ଏପ୍ରିଲ ମାସ ପାଇଁ Core Committee ର ନିଷ୍ପତ୍ତି କ୍ରମେ ପାଞ୍ଚ ଜଣ ହିତାଧିକାରୀ ସ୍ଥିରିକୃତ ହୋଇଥିଲେ ଏବଂ 28.04.2021 ବୁଧବାର ଦିନ ସହାୟତା ରାଶି ବଣ୍ଟନ ପାଇଁ ଧାର୍ଯ୍ୟ କରାଯାଇ ଥିଲା। ହିତାଧିକାରୀମାନେ ହେଲେ 1.ଶ୍ରୀୟା ନାୟକ(1ବର୍ଷ), 2.ସନ୍ତୋଷ ସେଠୀ(46), 3.ଯଶସ୍ବିନୀ ଜେନା(7),4.ବଜ୍ରସେନ ବରାଡ(29), 5.ଅଭାଗିନୀ ପରିଡ଼ା(19) । 

        28.04.2021 ବୁଧବାର ଦିନ ଅପରାହ୍ନ 4:30 ବେଳେ Care Foundation ର ସଦସ୍ଯ ମାନେ ଏକାଠି ହୋଇଥିଲେ  । ସେଠାରୁ ବାହାରି ସର୍ବପ୍ରଥମେ ଜିଲୁଣ୍ଡା ଗ୍ରାମର ଯଶସ୍ବିନୀ ଜେନା ଙ୍କୁ ଭେଟିଲେ  । ଥାଲାସେମିଆ ରୋଗରେ ଆକ୍ରାନ୍ତ ବାଳିକା ଯଶସ୍ବିନୀ ଜେନା ଙ୍କୁ Care Foundation ପୋଷ୍ୟ ରୂପେ ଗ୍ରହଣ କରିଛି  । ତେଣୁ ଚିକିତ୍ସା ପାଇଁ ଦୁଇ ହଜାର (2000) ଟଙ୍କା ର ସହାୟତା ରାଶି ପ୍ରଦାନ କରାଗଲା  । ଏହି ଅବସରରେ ଯେତେବେଳେ ବାଳିକାକୁ ଏକ ମିଷ୍ଟାନ୍ନ ପ୍ୟାକେଟ ଦିଆଗଲା, ତା ମନର ଖୁସି ମୁହଁରୁ ଫୁଟି ଉଠୁଥିଲା  । ପ୍ରକାଶ ଥାଉକି Care Foundation ର ଜଣେ ସଦସ୍ଯ ଶ୍ରୀ ବେଦପ୍ରକାଶ ଗୁପ୍ତା ସ୍ବେଚ୍ଛାପୂର୍ବକ ହିତାଧିକାରୀଙ୍କୁ ଏକ ମିଷ୍ଟାନ୍ନ ପ୍ୟାକେଟ ଦେବାପାଇଁ ଘୋଷଣା କରିଛନ୍ତି  । ବାସ୍ତବରେ CareFoundation ଶ୍ରୀ ଗୁପ୍ତା ଙ୍କର ପଦକ୍ଷେପ କୁ ସ୍ବାଗତ କରୁଛି  । 

         ଦ୍ବିତୀୟରେ ସଦସ୍ଯ ମାନେ ପହଞ୍ଚି ଥିଲେ ପ୍ରାୟ ବର୍ଷକର ଶିଶୁ ଶ୍ରୀୟା ନାୟକ ଙ୍କ ନିକଟରେ  । ଶିଶୁ ଜଣକ ଅବିକଶିତ ମଳଦ୍ୱାର (imperforated anus) ଜନିତ ସମସ୍ୟା ରେ ପିଡିତ  । ଡାକ୍ତର ଙ୍କ ଅନୁସାରେ ଅସ୍ତ୍ରୋପଚାର ମାଧ୍ୟମରେ ଶିଶୁଟିର ଶାରୀରିକ ସମସ୍ୟାର ସମାଧାନ ହୋଇପାରିବ  । କିନ୍ତୁ କରୋନା ପରିସ୍ଥିତି ହେତୁ Hospital admission ବିଳମ୍ବ ହେବ  । ତେଣୁ ପ୍ରାରମ୍ଭିକ ଖର୍ଚ୍ଚ ବାବଦକୁ ଏକ ହଜାର (1000) ଟଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଛି ଏବଂ Hospital admission ପରେ 6500 ଟଙ୍କା ଏହିଭଳି ମୋଟ 7500 ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ Core Committee  ସ୍ଥିର କରିଛି  । 

             ତ୍ରୁତୀୟ ରେ ସଦସ୍ଯ ମାନେ ପହଞ୍ଚି ଥିଲେ ପୋଲସରା ମିଲ୍ ସାହି ବାସିନ୍ଦା,ପକ୍ଷାଘାତ ରୋଗରେ ଆକ୍ରାନ୍ତ ସନ୍ତୋଷ ସେଠୀ ଙ୍କ ନିକଟରେ  । ତାଙ୍କ ପରିବାରର ଆର୍ଥିକ ଅନଟନ କୁ ଦେଖି ତାଙ୍କର ଔଷଧ ବାବଦ ଖର୍ଚ୍ଚ ପାଇଁ ଦୁଇ ହଜାର (2000) ଟଙ୍କା ର ସହାୟତା ରାଶି ପ୍ରଦାନ କରାଗଲା  ।

           ଗତ ମାସର ହିତାଧିକାରୀ ଶ୍ରୀ ବଜ୍ରସେନ ବରାଡଙ୍କୁ ଏପ୍ରିଲ ମାସର ହିତାଧିକାରୀ ତାଲିକା ରେ ସାମିଲ କରାଗଲା । ରାଣୀପଡା  ନିବାସୀ ଶ୍ରୀ ବଜ୍ରସେନ ବରାଡ ଜଣେ ନିର୍ମାଣ ଶ୍ରମିକ, କାର୍ୟ୍ଯରେ ଲିପ୍ତ ଥିବା ସମୟରେ ଦୁର୍ଘଟଣା ଘଟି ସେ ଗଭୀର ଶାରୀରିକ ଆଘାତ ପାଇଛନ୍ତି। ଦୁର୍ଘଟଣା ପରେ଼ ସେ ସଂପୂର୍ଣ୍ଣ ଚଳନ ହୀନ  । ଭୂବନେଶ୍ୱର AIMS ରେ ସେ ଚିକିତ୍ସା କରାଯାଉଛି। ତାଙ୍କର ସୋଚନୀୟ ଅବସ୍ଥା ଦେଖି ଏପ୍ରିଲ ମାସରେ ମଧ୍ଯ ସହାୟତା ପ୍ରଦାନ ପାଇଁ ସ୍ଥିର କରାଗଲା  । ଭୂବନେଶ୍ଵରରେ ଆମ Care Foundation ଜଣେ ସଦସ୍ଯ ଶ୍ରୀ ହରିହର ମିଶ୍ର ସେଠାରେ ପହଞ୍ଚି ସାତହଜାର (7000) ଟଙ୍କା ସହାୟତା ରାଶି ପ୍ରଦାନ କଲେ  । 

            ପଞ୍ଚମ ହିତାଧିକାରୀ ଥିଲେ ଖଲିକୋଟ ଅନ୍ତର୍ଗତ କ୍ରୁଷ୍ଣଶରଣ ପୁର ଗ୍ରାମର ହ୍ରୁଦରୋଗ ଆକ୍ରାନ୍ତ କୁମାରୀ ଅଭାଗିନୀ ପରିଡ଼ା (19)। ପରିବାରର ଆର୍ଥିକ ଅବସ୍ଥା ଅତି ସୋଚନୀୟ ହୋଇଥିବାରୁ ଚିକିତ୍ସା କରିବାକୁ ଅକ୍ଷମ  । ଖବର ପାଇ Care Foundation ସହାୟତାର ହାତ ବଢ଼ାଇ ଥିଲା , କିନ୍ତୁ କରୋନା କଟକଣା ହେତୁ ତାଙ୍କୁ ଦେଖିକରି ହେଉନଥିଲା, ତଥାପି 02.05.2021 ଦିନ Care Foundation ର ଜଣେ ସଦସ୍ଯ ଶ୍ରୀ ପିତାମ୍ବର ବେହେରାଙ୍କ ମାଧ୍ୟମରେ ହିତାଧିକାରୀଙ୍କ ନିକଟକୁ ସାତହଜାର (7000) ଟଙ୍କାର ସହାୟତା ରାଶି ପହଞ୍ଚା ଗଲା। 

             ଏପ୍ରିଲ ମାସରେ ମୋଟ ସହାୟତା ରାଶି ଥିଲା ₹25,500। ହିତାଧିକାରୀଙ୍କୁ ନିମ୍ନ ପ୍ରକାରେ ସହାୟତା ରାଶି ପ୍ରଦାନ କରାଯାଇଛି। 

1.ଅଭାଗିନୀ ପରିଡ଼ା- ₹7000

2.ବଜ୍ରସେନ ବରାଡ- ₹7000

3.ଯଶସ୍ବିନୀ ଜେନା-₹2000

4.ସନ୍ତୋଷ ସେଠୀ-₹2000

5.ଶ୍ରୀୟା ନାୟକ-₹1000+₹6500 (After Hospitalisation)


              ସମସ୍ତ ସଦସ୍ଯଙ୍କ ସହଯୋଗ ଯୋଗୁଁ Care Foundation ତା'ର ଲକ୍ଷ୍ଯ ପଥରେ ଅଗ୍ରସର ହେଉଛି ଏବଂ ଆମ ସମାଜ ପାଇଁ ଏକ ଉଦାହରଣ ପାଲଟିଛି। ସଦସ୍ଯ ବନ୍ଧୁମାନଙ୍କୁ ଅଶେଷ ଧନ୍ଯବାଦ  । 

ଜୟ ଜଗନ୍ନାଥ

GALLERY















Comments

Post a Comment