Skip to main content

Beneficiaries for April 2021

 ରହିନାହିଁ କେହି ରହିବେ ନାହିଁଟି

                             ଭବରଙ୍ଗ ଭୂମି ତଳେ

ସର୍ବେ ନିଜ ନିଜ ଅଭିନୟ ସାରି

                          ବାହୁଡିବେ କାଳବଳେ । 


ପ୍ରିୟ ସହଯୋଗୀ ବନ୍ଧୁ  ,

ଆପଣଙ୍କ ସହଯୋଗରେ Care Foundation ତାର ମହତ୍ ଉଦ୍ଦେଶ୍ଯକୁ ସୂଚାରୁରୂପେ ସଂପାଦନ କରୁଛି  ।  19.04.2021 ସୋମବାର ଦିନ ଏପ୍ରିଲ ମାସ ପାଇଁ Core Committee ର ନିଷ୍ପତ୍ତି କ୍ରମେ ପାଞ୍ଚ ଜଣ ହିତାଧିକାରୀ ସ୍ଥିରିକୃତ ହୋଇଥିଲେ ଏବଂ 28.04.2021 ବୁଧବାର ଦିନ ସହାୟତା ରାଶି ବଣ୍ଟନ ପାଇଁ ଧାର୍ଯ୍ୟ କରାଯାଇ ଥିଲା। ହିତାଧିକାରୀମାନେ ହେଲେ 1.ଶ୍ରୀୟା ନାୟକ(1ବର୍ଷ), 2.ସନ୍ତୋଷ ସେଠୀ(46), 3.ଯଶସ୍ବିନୀ ଜେନା(7),4.ବଜ୍ରସେନ ବରାଡ(29), 5.ଅଭାଗିନୀ ପରିଡ଼ା(19) । 

        28.04.2021 ବୁଧବାର ଦିନ ଅପରାହ୍ନ 4:30 ବେଳେ Care Foundation ର ସଦସ୍ଯ ମାନେ ଏକାଠି ହୋଇଥିଲେ  । ସେଠାରୁ ବାହାରି ସର୍ବପ୍ରଥମେ ଜିଲୁଣ୍ଡା ଗ୍ରାମର ଯଶସ୍ବିନୀ ଜେନା ଙ୍କୁ ଭେଟିଲେ  । ଥାଲାସେମିଆ ରୋଗରେ ଆକ୍ରାନ୍ତ ବାଳିକା ଯଶସ୍ବିନୀ ଜେନା ଙ୍କୁ Care Foundation ପୋଷ୍ୟ ରୂପେ ଗ୍ରହଣ କରିଛି  । ତେଣୁ ଚିକିତ୍ସା ପାଇଁ ଦୁଇ ହଜାର (2000) ଟଙ୍କା ର ସହାୟତା ରାଶି ପ୍ରଦାନ କରାଗଲା  । ଏହି ଅବସରରେ ଯେତେବେଳେ ବାଳିକାକୁ ଏକ ମିଷ୍ଟାନ୍ନ ପ୍ୟାକେଟ ଦିଆଗଲା, ତା ମନର ଖୁସି ମୁହଁରୁ ଫୁଟି ଉଠୁଥିଲା  । ପ୍ରକାଶ ଥାଉକି Care Foundation ର ଜଣେ ସଦସ୍ଯ ଶ୍ରୀ ବେଦପ୍ରକାଶ ଗୁପ୍ତା ସ୍ବେଚ୍ଛାପୂର୍ବକ ହିତାଧିକାରୀଙ୍କୁ ଏକ ମିଷ୍ଟାନ୍ନ ପ୍ୟାକେଟ ଦେବାପାଇଁ ଘୋଷଣା କରିଛନ୍ତି  । ବାସ୍ତବରେ CareFoundation ଶ୍ରୀ ଗୁପ୍ତା ଙ୍କର ପଦକ୍ଷେପ କୁ ସ୍ବାଗତ କରୁଛି  । 

         ଦ୍ବିତୀୟରେ ସଦସ୍ଯ ମାନେ ପହଞ୍ଚି ଥିଲେ ପ୍ରାୟ ବର୍ଷକର ଶିଶୁ ଶ୍ରୀୟା ନାୟକ ଙ୍କ ନିକଟରେ  । ଶିଶୁ ଜଣକ ଅବିକଶିତ ମଳଦ୍ୱାର (imperforated anus) ଜନିତ ସମସ୍ୟା ରେ ପିଡିତ  । ଡାକ୍ତର ଙ୍କ ଅନୁସାରେ ଅସ୍ତ୍ରୋପଚାର ମାଧ୍ୟମରେ ଶିଶୁଟିର ଶାରୀରିକ ସମସ୍ୟାର ସମାଧାନ ହୋଇପାରିବ  । କିନ୍ତୁ କରୋନା ପରିସ୍ଥିତି ହେତୁ Hospital admission ବିଳମ୍ବ ହେବ  । ତେଣୁ ପ୍ରାରମ୍ଭିକ ଖର୍ଚ୍ଚ ବାବଦକୁ ଏକ ହଜାର (1000) ଟଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଛି ଏବଂ Hospital admission ପରେ 6500 ଟଙ୍କା ଏହିଭଳି ମୋଟ 7500 ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ Core Committee  ସ୍ଥିର କରିଛି  । 

             ତ୍ରୁତୀୟ ରେ ସଦସ୍ଯ ମାନେ ପହଞ୍ଚି ଥିଲେ ପୋଲସରା ମିଲ୍ ସାହି ବାସିନ୍ଦା,ପକ୍ଷାଘାତ ରୋଗରେ ଆକ୍ରାନ୍ତ ସନ୍ତୋଷ ସେଠୀ ଙ୍କ ନିକଟରେ  । ତାଙ୍କ ପରିବାରର ଆର୍ଥିକ ଅନଟନ କୁ ଦେଖି ତାଙ୍କର ଔଷଧ ବାବଦ ଖର୍ଚ୍ଚ ପାଇଁ ଦୁଇ ହଜାର (2000) ଟଙ୍କା ର ସହାୟତା ରାଶି ପ୍ରଦାନ କରାଗଲା  ।

           ଗତ ମାସର ହିତାଧିକାରୀ ଶ୍ରୀ ବଜ୍ରସେନ ବରାଡଙ୍କୁ ଏପ୍ରିଲ ମାସର ହିତାଧିକାରୀ ତାଲିକା ରେ ସାମିଲ କରାଗଲା । ରାଣୀପଡା  ନିବାସୀ ଶ୍ରୀ ବଜ୍ରସେନ ବରାଡ ଜଣେ ନିର୍ମାଣ ଶ୍ରମିକ, କାର୍ୟ୍ଯରେ ଲିପ୍ତ ଥିବା ସମୟରେ ଦୁର୍ଘଟଣା ଘଟି ସେ ଗଭୀର ଶାରୀରିକ ଆଘାତ ପାଇଛନ୍ତି। ଦୁର୍ଘଟଣା ପରେ଼ ସେ ସଂପୂର୍ଣ୍ଣ ଚଳନ ହୀନ  । ଭୂବନେଶ୍ୱର AIMS ରେ ସେ ଚିକିତ୍ସା କରାଯାଉଛି। ତାଙ୍କର ସୋଚନୀୟ ଅବସ୍ଥା ଦେଖି ଏପ୍ରିଲ ମାସରେ ମଧ୍ଯ ସହାୟତା ପ୍ରଦାନ ପାଇଁ ସ୍ଥିର କରାଗଲା  । ଭୂବନେଶ୍ଵରରେ ଆମ Care Foundation ଜଣେ ସଦସ୍ଯ ଶ୍ରୀ ହରିହର ମିଶ୍ର ସେଠାରେ ପହଞ୍ଚି ସାତହଜାର (7000) ଟଙ୍କା ସହାୟତା ରାଶି ପ୍ରଦାନ କଲେ  । 

            ପଞ୍ଚମ ହିତାଧିକାରୀ ଥିଲେ ଖଲିକୋଟ ଅନ୍ତର୍ଗତ କ୍ରୁଷ୍ଣଶରଣ ପୁର ଗ୍ରାମର ହ୍ରୁଦରୋଗ ଆକ୍ରାନ୍ତ କୁମାରୀ ଅଭାଗିନୀ ପରିଡ଼ା (19)। ପରିବାରର ଆର୍ଥିକ ଅବସ୍ଥା ଅତି ସୋଚନୀୟ ହୋଇଥିବାରୁ ଚିକିତ୍ସା କରିବାକୁ ଅକ୍ଷମ  । ଖବର ପାଇ Care Foundation ସହାୟତାର ହାତ ବଢ଼ାଇ ଥିଲା , କିନ୍ତୁ କରୋନା କଟକଣା ହେତୁ ତାଙ୍କୁ ଦେଖିକରି ହେଉନଥିଲା, ତଥାପି 02.05.2021 ଦିନ Care Foundation ର ଜଣେ ସଦସ୍ଯ ଶ୍ରୀ ପିତାମ୍ବର ବେହେରାଙ୍କ ମାଧ୍ୟମରେ ହିତାଧିକାରୀଙ୍କ ନିକଟକୁ ସାତହଜାର (7000) ଟଙ୍କାର ସହାୟତା ରାଶି ପହଞ୍ଚା ଗଲା। 

             ଏପ୍ରିଲ ମାସରେ ମୋଟ ସହାୟତା ରାଶି ଥିଲା ₹25,500। ହିତାଧିକାରୀଙ୍କୁ ନିମ୍ନ ପ୍ରକାରେ ସହାୟତା ରାଶି ପ୍ରଦାନ କରାଯାଇଛି। 

1.ଅଭାଗିନୀ ପରିଡ଼ା- ₹7000

2.ବଜ୍ରସେନ ବରାଡ- ₹7000

3.ଯଶସ୍ବିନୀ ଜେନା-₹2000

4.ସନ୍ତୋଷ ସେଠୀ-₹2000

5.ଶ୍ରୀୟା ନାୟକ-₹1000+₹6500 (After Hospitalisation)


              ସମସ୍ତ ସଦସ୍ଯଙ୍କ ସହଯୋଗ ଯୋଗୁଁ Care Foundation ତା'ର ଲକ୍ଷ୍ଯ ପଥରେ ଅଗ୍ରସର ହେଉଛି ଏବଂ ଆମ ସମାଜ ପାଇଁ ଏକ ଉଦାହରଣ ପାଲଟିଛି। ସଦସ୍ଯ ବନ୍ଧୁମାନଙ୍କୁ ଅଶେଷ ଧନ୍ଯବାଦ  । 

ଜୟ ଜଗନ୍ନାଥ

GALLERY















Comments

Post a Comment

Popular posts from this blog

Beneficiaries of Mar 2022

  Dear all, Namaste, We have reached the following people for the contribution amount received in the month of March 2022. Month Name of the Beneficiaries Amount Paid Address Description Mar Kumari Jasmin Jena 1,000 Jilunda Thalassemia Mar Shri Santosh Sethi 1,000 Surat, Gujurat Partial Paralysis Mar Shri Santosh Kumar Patra 1,000 Banaraghunath Pur Cancer Mar Kumar Jagdish Gouda 1,000 Pandiripada Cancer Mar Shri Bajrasena Barada 1,000 Ranipada, Polasara Paralysis Mar Kumar Pritam Swain 1,000 Ustapada Kidney Disease Mar Smt Rohini Nahak 500 Kuananda Partial Paralysis Mar Shri Padma Charan Maharana 500 Polasara Partial Paralysis Mar Shri Dilip Kumar Dash 2,000 Chamakhandi, Chatrapur Cancer Mar Shri Panchanana Panda 2,000 Dhoyakana Plastic Surgery Mar Kumar Sambit Pattnaik 5,000 Tiridi, Beguniapada Heart Disease Mar Smt Lily Sethi 1,000 Polasara Rheumatoid Arthritis Mar Kumari Sibani Maharana 5,000 Bhubaneswar Vasculitis Mar Oxygen Cylinder* 10,000 Ranipada, Polasara 6,7,8,9,10/12 Total 3

Beneficiaries_Feb 2022

  Namaste to all, We have reached the following persons in February 2022. Kindly, refer to the pay-out details. CASHBOOK OPENING BALANCE CONTRIBUTION AMOUNT RECEIVED (AS PER BANK STATEMENT) BALANCE AMOUNT BY THE END OF THE MONTH AMOUNT WITHDRAWAL AMOUNT PAID TO BENEFICIARIES AMOUNT CARRIED FORWARD 2,770.00 22,152.00 24,922.00 22,000.00 22,000.00 2,922.00 PAYOUT DETAILS NAME OF THE BENEFICIARIES NATURE OF THE BENEFICIARIES PARTICULARS PRESENT LOCATION AMOUNT TYPE OF PAYMENT Kumari Jasmin Jena Regular Thalassemia Jilunda 1,000.00 Cash was given to Kumari Jasmin Jena by a team of Care Foundation Shri Santosh Sethi Regular Paralysis Surat 1,000.00 Online Transfer by Shri Rajat Kumar Sahu (Care Foundation Member, Polasara) Kumar Rajveer Rana First-time SMA - 2 Phulbani 6,000.00 Online Transfer by Shri Rajat Kumar Sahu (Care Foundation Member, Polasara) Kumar Chandan Gouda First-time Blood Cancer Bania, Khallikote 6,000.00 Online Transfer by Shri Rajat Kumar Sahu (Care Foundation Member, Pol

Beneficiaries for June 2021

  June-2021 ବାଲ୍ୟକାଳୁ ଧନ ଧର୍ମ ମୁଁ ଅର୍ଜିବି                        ଏ ଜୀବନ ଅନିଶ୍ଚିତ, କେଜାଣି କାହାର ଆଜି ମୃତ୍ୟୁକାଳ                        ହୋଇଯିବ ଉପସ୍ଥିତ  । ପ୍ରିୟ ସହଯୋଗୀ ବନ୍ଧୁ  , ଆପଣଙ୍କ ସହଯୋଗରେ Care Foundation ତାର ମହତ୍ ଉଦ୍ଦେଶ୍ୟକୁ ସୂଚାରୁରୂପେ ସଂପାଦନ କରୁଛି  । ଜୁନ ମାସ ଆମପାଇଁ ଅତି ଆହ୍ବାନ ପୂର୍ଣ୍ଣ ଥିଲା।କରୋନାର ଦ୍ବିତୀୟ ଲହର ସାରା ଦେଶକୁ ଦୋହଲାଇ ଦେଇଥିଲା। Care Foundation ର ପ୍ରତିଷ୍ଠାତା ଆମର ପ୍ରିୟ ରବିନାରାୟଣ ହୋତା ସାର୍ ମଧ୍ୟ କରୋନା ସମୁଖରେ ସଂଘର୍ଷ କରିଥିଲେ  । ଆପଣମାନଙ୍କ ସାହାଯ୍ୟ,ଭଲପାଇବା ଏବଂ ଭଗବାନଙ୍କ ଆଶିଷ ତାଙ୍କୁ ନୁଆଁ ଜୀବନ ଦେଲା। ତେଣୁ ଜୁନ୍ ମାସରେ Care Foundation ର କାର୍ଯ୍ୟଧାରାରେ ବିଳମ୍ବ ଦୃଷ୍ଟିଗୋଚର ହୋଇଥିଲା। ଜୁନ୍ ମାସର ସହାୟତା ରାଶି ବଣ୍ଟନ ନିମନ୍ତେ 02.07.2021 ଦିନ Core Committee ର ପ୍ରଥମ ବୈଠକ ବସିଥିଲା। ପୂର୍ବରୁ ପୋଷ୍ୟ ରୁପେ ଗ୍ରହଣ କରାଯାଇଥିବା ତିନି ଜଣ ହିତାଧିକାରୀଙ୍କୁ 03.07.2021 ଦିନ ଦୁଇ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ପାଇଁ ସ୍ଥିର କରାଗଲା ଏବଂ 04.07.2021ର ଦ୍ବିତୀୟ ବୈଠକରେ ପୁଣି ଦୁଇ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରି ସେଦିନ ଅପରାହ୍ନରେ ହିଁ ସହାୟତା ରାଶି ବଣ୍ଟନ ପାଇଁ ଧାର୍ଯ୍ୟ କରାଯାଇ ଥିଲା।ଏହିପରି ଭାବେ ଜୁନ୍ ମାସରେ ମୋଟ ପାଞ୍ଚ ଜଣ ହିତାଧିକାରୀଙ୍କୁ ସ୍ଥିର କରାଗଲା। ହିତାଧିକାର