Care Foundation ର Core Committeeଙ୍କ ଦ୍ବାରା ୨୦୨୧ ମସିହା ଜାନୁଆରୀ ମାସ ପାଇଁ 'ଶ୍ରୀମତି ବାସନ୍ତୀ ଶବର'ଙ୍କୁ ହିତାଧିକାରୀ ଭାବେ ମନୋନୀତ କରାଯାଇଛି ।
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ପାଣ୍ଡିରିପଡା ପଞ୍ଚାୟତ ଅନ୍ତର୍ଗତ ପାନେରୀ ଗ୍ରାମର ସ୍ଥାୟୀ ବାସିନ୍ଦା ଶ୍ରୀମତି ଶବର ଦୀର୍ଘ ତିନି ବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡିତଅଟନ୍ତି। ସ୍ଵାମୀ ଶ୍ରୀ ନବୀନ ଶବର ଜଣେ ଦିନ ମଜୁରିଆ ଏବଂ ତାଙ୍କର ୧୩ ବର୍ଷର ଏକମାତ୍ର ପୁଅ ସୂର୍ଯ୍ୟ ଶବର ସପ୍ତମ ଶ୍ରେଣୀରେ ପାଠ ପଢନ୍ତି ।
ତିନି ବର୍ଷ ପୂର୍ବରୁ ଏହି ପରିବାରରେ ସମସ୍ତେ ହସ ଖୁସିରେ ରହୁଥିଲେ । ଉଭୟ ପତି-ପତ୍ନୀ ଦିନ ମଜୁରିଆ ଭାବରେ କାମ କରି ଗୁଜୁରାଣ ମେଣ୍ଟାଉଥିଲେ । ପୁଅର ଉଜ୍ଜ୍ଵଳ ଭବିଷ୍ୟତ କାମନା କରି, ଏକ ସରକାରୀ ସାହାଯ୍ୟ ପ୍ରାପ୍ତ ଆଶ୍ରମ ବିଦ୍ୟାଳୟରେ ନାମ ବି ଲେଖାଇଥିଲେ ।
ଆଜିକୁ ପ୍ରାୟ ତିନି ବର୍ଷ ତଳେ ଦିନେ ଶ୍ରୀମତୀ ଶବର ନିଜର ସମସ୍ତ ଘରୋଇ କାମ ସାରି ମୂଳଲାଗି ଯିବାକୁ ବାହାରୁଥିବାବେଳେ ହଠାତ ତାଙ୍କ ଘର ସାମ୍ନାରେ ଅଚେତ ହୋଇ ପଡିଗଲେ । ପାଖରେ ଥିବା ଲୋକମାନଙ୍କ ସହାୟତାରେ ପୋଲସରା ମେଡିକାଲରେ ଚିକିତ୍ସା କରାଗଲା । କିନ୍ତୁ ଅବସ୍ଥା ନ ସୁଧୁରିବାରୁ କୋଦଳା ଏବଂ ପରେପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଗଲା ।
ପରିବାରର ଅନ୍ୟ କିଛି ରୋଜଗାରର ପନ୍ଥା ନ ଥିବା ରୁ ସ୍ଵାମୀ ଶ୍ରୀ ନବୀନ ଶବର ନିଜର ଜମି, ଘର, ଓ ବଳଦକୁ ବିକ୍ରି କରିଦେଲେ । ଅନେକ ଟଙ୍କା ଖର୍ଚ୍ଚ କଲେ, କିନ୍ତୁ କିଛି ବି ଫଳ ମିଳିଲା ନାହିଁ। ଶେଷରେ ସ୍ତ୍ରୀକୁ ଘରକୁ ନେଇ ଆସିଲେ । ଲୋକଙ୍କ କହିବା ଅନୁସାରେ ସେ ଗୁଣୀ ଗାରେଡ଼ିର ମଧ୍ୟ ଦ୍ଵାରସ୍ଥ ହୋଇଛନ୍ତି । କିନ୍ତୁ କୌଣସି ସ୍ଥାନରୁ କିଛି ସୁଫଳ ନ ମିଳିବାରୁ, ସ୍ଵାମୀ ନବୀନ ହାର ମାନିଗଲେ ।
ବର୍ତ୍ତମାନ ଶ୍ରୀମତୀ ଶବରଙ୍କ ହାତଗୋଡ଼ ଚଳନହୀନ । ସ୍ଵାମୀ ଶ୍ରୀ ନବୀନ ତାଙ୍କର ସ୍ନାନ, ଶୌଚ, ଖାଇବା, ପିଇବା ଆଦି ସେବା କରୁଛନ୍ତି । ପ୍ରତିଦିନ ସ୍ଵାମୀ ନିଜେ ରୋଷେଇ ସାରି ସ୍ତ୍ରୀଙ୍କୁ ଖୁଆଇବା ପରେ କାମ କରିବାକୁ ଯାଆନ୍ତି । ପୁଅ ମଧ୍ୟ ଦିନସାରା ମାଆଙ୍କ ପାଖେ ପାଖେ ରହି ଦେଖାଶୁଣା କରୁଛି । ସେ ଆଊ ପାଠ ନ ପଢି ବାହାରକୁ ଦାଦନ ଖଟି ଯିବା ଉପରେ । ଏହି ପରିବାରର ଦୁଃଖ କହିଲେ ନ ସରେ ।
ଏହି ଅସହାୟ ପରିବାରକୁ ଖୋଜି ସହାୟତାର ହାତ ବଢ଼ାଇଥିବାରୁ ପରିଶେଷରେ Care Foundation ର ସଦସ୍ୟ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
ଜୟ ହିନ୍ଦ୍।
Comments
Post a Comment