ଫେବୃଆରୀ ୨୦୨୧ ମାସ ପାଇଁ ମନୋନୀତ ହିତାଧିକାରୀ
ହିତାଧିକାରୀ ଙ୍କ ନାମ :- ବସନ୍ତ ଗୌଡ଼ (ବୟସ:-୨୦)
ପିତାଙ୍କ ନାମ :- ଶ୍ରୀ ଗୋପାଳ ଗୌଡ଼
ଠିକଣା:- ଗ୍ରାମ-କୁଆନଳା, ପୋଷ୍ଟ- ଭାମଶ୍ୟାଳି, ଥାନା:- ବୁଗୁଡ଼ା, ଜିଲ୍ଲା:- ଗଞ୍ଜାମ ,୭୬୧୧୧୮
ଶ୍ରୀ ଗୋପାଳ ଗୌଡ଼ ଙ୍କ ଅନୁସାରେ, ବସନ୍ତ ତାଙ୍କର ଏକମାତ୍ର ପୁଅ । ସେ, ନିଜ ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ଭୁବନେଶ୍ଵର କୁ କାମ କରିବା ପାଇଁ ଯାଇଥିଲେ । ସେଠାରେ ସେ ଜଣେ ମାର୍ବଲ ମିସ୍ତ୍ରୀ ଙ୍କ ସହ ଦିନ ମଜୁରିଆ ଭାବରେ କାମ କରୁଥିଲେ । ସେ କେତେଜଣ ସହକର୍ମୀ ଙ୍କ ସହ ଗୋଟିଏ କୋଠରୀରେ ରହୁଥିଲେ । ଦିନେ ସେମାନଙ୍କ ମଧ୍ୟରୁ କେହି ଜଣେ ଏସିଡ ବୋତଲ ଟିଏ ଭାଙ୍ଗି ଯିବାରୁ ସେହି ଏସିଡ କୁ ଗୋଟିଏ ପାଣି ବୋତଲ ରେ ରଖିଦେଇଥିଲେ । ଦୁର୍ଭାଗ୍ୟ ବଶତଃ ବସନ୍ତ ସେହି ବୋତଲ ରେ ଥିବା ଏସିଡ କୁ ପିଇବା ପାଣି ଭାବି ପିଇଦେଲେ । ହଠାତ୍ ତାଙ୍କ ଗଳାରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କ ସହ ରହୁଥିବା ଅନ୍ୟମାନେ ତାଙ୍କୁ ନିକଟସ୍ଥ “ସମ୍ ହସ୍ପିଟାଲ” ରେ ଭର୍ତ୍ତି କରାଇଥିଲେ । ସେଠାରେ ବହୁଦିନ ଚିକିତ୍ସିତ ହେବାପରେ ତାଙ୍କୁ ୯୦,୦୦୦/-( ନବେ ହଜାର ) ଦେଲେ ତାଙ୍କ ଗଳାର ଅସ୍ତ୍ରୋପ୍ରଚାର କରାଯିବ ବୋଲି କୁହାଗଲା। ଗୋପାଳ ଗୌଡ଼ ଙ୍କର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଏତେ ଗୁଡାଏ ଟଙ୍କା ଏକାସାଙ୍ଗରେ ଯୋଗାଡ଼ କରିବା ଅସମର୍ଥ ପ୍ରକାଶ କଲେ । ତେଣୁ ସେଠାରୁ ବସନ୍ତ କୁ AIIMS , ଭୁବନେଶ୍ବର କୁ ସ୍ଥାନାନ୍ତର କରାଇଲେ । ସେତେବେଳେକୁ କାରୋନା ର ପଦାର୍ପଣ ହେତୁ ତାଙ୍କର ଚିକିତ୍ସା ରେ ବ୍ୟାଘାତ ଘଟିଲା । ତଥାପି ମଝିରେ ମଝିରେ ତାଙ୍କ ଚିକିତ୍ସା ଚାଲୁ ରହିଥିଲା । ବର୍ତ୍ତମାନ ତାଙ୍କୁ ପାଇପ୍ ଜରିଆରେ ହିଁ ତରଳ ଖାଦ୍ୟ ଖାଇବାକୁ ପଡୁଛି । AIIMS ଡାକ୍ତରଙ୍କ କହିବା ଅନୁସାରେ ତାଙ୍କର ଓଜନ ର ଯଥେଷ୍ଟ ହ୍ରାସ ହୋଇ ଯାଇଛି , ତେଣୁ ଓଜନ ବଢିଲେ ହିଁ ତାଙ୍କର ଅସ୍ତ୍ରୋପ୍ରଚାର ହୋଇପାରିବ ।
ବାସ୍ତବିକ, ବସନ୍ତ ଙ୍କ ଏପରି ସ୍ୱାସ୍ଥ୍ୟ ଅବସ୍ଥା ଓ ତାଙ୍କ ପରିବାରର ଦୁର୍ବଳ ଆର୍ଥିକ ଅବସ୍ଥା ର ସନ୍ଧାନ କରି ଏହିପରି ଏକ ଅସହାୟ ପରିବାର କୁ ଆର୍ଥିକ ସହାୟତା ରାଶି ୨୨,୮୦୦/- (ବାଇଶି ହଜାର ଆଠଶହ ଟଙ୍କା ମାତ୍ର ) ପ୍ରଦାନ କରିଥିବାରୁ CARE FOUNDATION ର ସମସ୍ତ ସଦସ୍ୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
ଜୟ ହିନ୍ଦ
YouTube video link
Comments
Post a Comment