ଫେବୃଆରୀ ୨୦୨୧ ମାସ ପାଇଁ ମନୋନୀତ ହିତାଧିକାରୀ ହିତାଧିକାରୀ ଙ୍କ ନାମ :- ବସନ୍ତ ଗୌଡ଼ (ବୟସ:-୨୦) ପିତାଙ୍କ ନାମ :- ଶ୍ରୀ ଗୋପାଳ ଗୌଡ଼ ଠିକଣା:- ଗ୍ରାମ-କୁଆନଳା, ପୋଷ୍ଟ- ଭାମଶ୍ୟାଳି, ଥାନା:- ବୁଗୁଡ଼ା, ଜିଲ୍ଲା:- ଗଞ୍ଜାମ ,୭୬୧୧୧୮ ଶ୍ରୀ ଗୋପାଳ ଗୌଡ଼ ଙ୍କ ଅନୁସାରେ, ବସନ୍ତ ତାଙ୍କର ଏକମାତ୍ର ପୁଅ । ସେ, ନିଜ ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ଭୁବନେଶ୍ଵର କୁ କାମ କରିବା ପାଇଁ ଯାଇଥିଲେ । ସେଠାରେ ସେ ଜଣେ ମାର୍ବଲ ମିସ୍ତ୍ରୀ ଙ୍କ ସହ ଦିନ ମଜୁରିଆ ଭାବରେ କାମ କରୁଥିଲେ । ସେ କେତେଜଣ ସହକର୍ମୀ ଙ୍କ ସହ ଗୋଟିଏ କୋଠରୀରେ ରହୁଥିଲେ । ଦିନେ ସେମାନଙ୍କ ମଧ୍ୟରୁ କେହି ଜଣେ ଏସିଡ ବୋତଲ ଟିଏ ଭାଙ୍ଗି ଯିବାରୁ ସେହି ଏସିଡ କୁ ଗୋଟିଏ ପାଣି ବୋତଲ ରେ ରଖିଦେଇଥିଲେ । ଦୁର୍ଭାଗ୍ୟ ବଶତଃ ବସନ୍ତ ସେହି ବୋତଲ ରେ ଥିବା ଏସିଡ କୁ ପିଇବା ପାଣି ଭାବି ପିଇଦେଲେ । ହଠାତ୍ ତାଙ୍କ ଗଳାରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କ ସହ ରହୁଥିବା ଅନ୍ୟମାନେ ତାଙ୍କୁ ନିକଟସ୍ଥ “ସମ୍ ହସ୍ପିଟାଲ” ରେ ଭର୍ତ୍ତି କରାଇଥିଲେ । ସେଠାରେ ବହୁଦିନ ଚିକିତ୍ସିତ ହେବାପରେ ତାଙ୍କୁ ୯୦,୦୦୦/-( ନବେ ହଜାର ) ଦେଲେ ତାଙ୍କ ଗଳାର ଅସ୍ତ୍ରୋପ୍ରଚାର କରାଯିବ ବୋଲି କୁହାଗଲା। ଗୋପାଳ ଗୌଡ଼ ଙ୍କର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଏତେ ଗୁଡାଏ ଟଙ୍କା ଏକାସାଙ୍ଗରେ ଯୋଗାଡ଼ କରିବା...
"Caring - about people, about things, about life - is an act of maturity" _____Tracy McMillan