Skip to main content

Beneficiaries for June 2021

 




June-2021


ବାଲ୍ୟକାଳୁ ଧନ ଧର୍ମ ମୁଁ ଅର୍ଜିବି

                       ଏ ଜୀବନ ଅନିଶ୍ଚିତ,

କେଜାଣି କାହାର ଆଜି ମୃତ୍ୟୁକାଳ

                       ହୋଇଯିବ ଉପସ୍ଥିତ  ।


ପ୍ରିୟ ସହଯୋଗୀ ବନ୍ଧୁ  ,


ଆପଣଙ୍କ ସହଯୋଗରେ Care Foundation ତାର ମହତ୍ ଉଦ୍ଦେଶ୍ୟକୁ ସୂଚାରୁରୂପେ ସଂପାଦନ କରୁଛି  । ଜୁନ ମାସ ଆମପାଇଁ ଅତି ଆହ୍ବାନ ପୂର୍ଣ୍ଣ ଥିଲା।କରୋନାର ଦ୍ବିତୀୟ ଲହର ସାରା ଦେଶକୁ ଦୋହଲାଇ ଦେଇଥିଲା। Care Foundation ର ପ୍ରତିଷ୍ଠାତା ଆମର ପ୍ରିୟ ରବିନାରାୟଣ ହୋତା ସାର୍ ମଧ୍ୟ କରୋନା ସମୁଖରେ ସଂଘର୍ଷ କରିଥିଲେ  । ଆପଣମାନଙ୍କ ସାହାଯ୍ୟ,ଭଲପାଇବା ଏବଂ ଭଗବାନଙ୍କ ଆଶିଷ ତାଙ୍କୁ ନୁଆଁ ଜୀବନ ଦେଲା। ତେଣୁ ଜୁନ୍ ମାସରେ Care Foundation ର କାର୍ଯ୍ୟଧାରାରେ ବିଳମ୍ବ ଦୃଷ୍ଟିଗୋଚର ହୋଇଥିଲା। ଜୁନ୍ ମାସର ସହାୟତା ରାଶି ବଣ୍ଟନ ନିମନ୍ତେ 02.07.2021 ଦିନ Core Committee ର ପ୍ରଥମ ବୈଠକ ବସିଥିଲା। ପୂର୍ବରୁ ପୋଷ୍ୟ ରୁପେ ଗ୍ରହଣ କରାଯାଇଥିବା ତିନି ଜଣ ହିତାଧିକାରୀଙ୍କୁ 03.07.2021 ଦିନ ଦୁଇ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ପାଇଁ ସ୍ଥିର କରାଗଲା ଏବଂ 04.07.2021ର ଦ୍ବିତୀୟ ବୈଠକରେ ପୁଣି ଦୁଇ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରି ସେଦିନ ଅପରାହ୍ନରେ ହିଁ ସହାୟତା ରାଶି ବଣ୍ଟନ ପାଇଁ ଧାର୍ଯ୍ୟ କରାଯାଇ ଥିଲା।ଏହିପରି ଭାବେ ଜୁନ୍ ମାସରେ ମୋଟ ପାଞ୍ଚ ଜଣ ହିତାଧିକାରୀଙ୍କୁ ସ୍ଥିର କରାଗଲା। ହିତାଧିକାରୀମାନେ ହେଲେ:-

   1.ଯଶ୍ଵୀନ ଜେନା(7),2.ଲେଙା ଗୌଡ(38),3.ସନ୍ତୋଷ ସେଠୀ(46)4.ପ୍ରତିମା ସାହୁ (34),5.ନର୍ମଦା ସାହୁ(65)। 

        03.07.2021ଦିନ ଅପରାହ୍ନ 5:30 ବେଳେ Care Foundation ର ସଦସ୍ୟ ମାନେ ଏକାଠି ହୋଇଥିଲେ  Binayak filling station ନିକଟରେ । ସେଠାରୁ ବାହାରି ସର୍ବପ୍ରଥମେ ଜିଲୁଣ୍ଡା ଗ୍ରାମର ଥାଲାସେମିଆ ରୋଗରେ ଆକ୍ରାନ୍ତ ବାଳିକା ଯଶସ୍ବିନୀ ଜେନା ଙ୍କୁ ଭେଟିଲେ  । ବାଳିକା ଯଶସ୍ବିନୀ ଜେନା ଙ୍କୁ Care Foundation ପୋଷ୍ଯ ରୁପେ ଗ୍ରହଣ କରଛି । ତେଣୁ ଚିକିତ୍ସା ପାଇଁ ଦୁଇ ହଜାର (2000) ଟଙ୍କା ର ସହାୟତା ରାଶି ସହ ଏକ ମିଷ୍ଟାନ୍ନ ପ୍ୟାକେଟ ଓ ଏକ ରାସନ ପ୍ୟାକେଟ ପ୍ରଦାନ କରାଗଲା  । ଏହି ଅବସରରେ ଯେତେବେଳେ ବାଳିକାକୁ ଏକ ମିଷ୍ଟାନ୍ନ ପ୍ୟାକେଟ ଦିଆଗଲା, ତା ମନର ଖୁସି ମୁହଁରୁ ଫୁଟି ଉଠୁଥିଲା  । ପ୍ରକାଶ ଥାଉକି Care Foundation ର ଜଣେ ସଦସ୍ୟ ଶ୍ରୀ ବେଦପ୍ରକାଶ ଗୁପ୍ତା ସ୍ଵେଛାପୂର୍ବକ ଏପ୍ରିଲ ମାସଠାରୁ ହିତାଧିକାରୀଙ୍କୁ ଏକ ମିଷ୍ଟାନ୍ନ ପ୍ୟାକେଟ ଦେବାପାଇଁ ଏବଂ କୋଭିଡ୍ ଲକଡାଉନ ସମୟରେ ହିତାଧିକାରୀଙ୍କୁ ଏକ ରାସନ ପ୍ୟାକେଟ ଦେବାପାଇଁ ଘୋଷଣା କରିଛନ୍ତି  । ବାସ୍ତବରେ Care Foundation ଶ୍ରୀ ଗୁପ୍ତା ଙ୍କର ପଦକ୍ଷେପ କୁ ସ୍ଵାଗତ କରୁଛି  । 

         ଦ୍ବିତୀୟରେ ସଦସ୍ୟ ମାନେ ପହଞ୍ଚି ଥିଲେ ପୋଲସରା ଭଗବତ ପାଟଣା ସାହିର ପକ୍ଷାଘାତ ରୋଗରେ ଆକ୍ରାନ୍ତ ଲେଙ୍କା ଗୌଡ ଙ୍କ ନିକଟରେ । ଆଗରୁ ସେ ଜଣେ ଦିନ ମଜୁରିଆ ରୁପେ କାମ କରି ଆସୁଥିଲେ । ତେଣୁ ତାଙ୍କର ଚିକିତ୍ସା ବାବଦକୁ ଦୁଇ ହଜାର (2000) ଟଙ୍କାର ସହାୟତା ରାଶି ସହିତ ଏକ ମିଷ୍ଟାନ୍ନ ପ୍ୟାକେଟ ଓ ଏକ ରାସନ ପ୍ୟାକେଟ ପ୍ରଦାନ କରାଗଲା।  

             ତ୍ରୁତୀୟରେ ସଦସ୍ୟ ମାନେ ପହଞ୍ଚି ଥିଲେ ପୋଲସରା ମିଲ୍ ସାହି ବାସିନ୍ଦା,ପକ୍ଷାଘାତ ରୋଗରେ ଆକ୍ରାନ୍ତ ସନ୍ତୋଷ ସେଠୀ ଙ୍କ ଘରେ  । ତାଙ୍କ ସ୍ତ୍ରୀ ଅନ୍ୟ ଲୋକଙ୍କ ଘରେ ବାସନ ସଫା କରି ପରିବାର ଚଳାଇ ମିଲ୍ ସାହିରେ ଭଡାଘର ନେଇ ରହୁଥିଲେ  ।କିନ୍ତୁ କରୋନା କାଳରେ କାମଧନ୍ଦା ନ ମିଳିବାରୁ ଶେଷରେ ସେମାନେ ନିଜ ଗାଁ କୁ ଚାଲିଯାଇ ଥିଲେ । ତେଣୁ Care Foundation ର ସଦସ୍ୟମାନେ ତାଙ୍କୁ ଭେଟି ପାରିନଥିଲେ । କିନ୍ତୁ ଫୋନରେ  ଯୋଗାଯୋଗ କରି ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ମାଧ୍ୟମରେ ଦୁଇ ହଜାର(2000) ଟଙ୍କାର ସହାୟତା ଓ ଏକ ରାସନ ପ୍ୟାକେଟ ତାଙ୍କ ନିକଟରେ ପହଞ୍ଚାଗଲା । ପ୍ରଥମ ଦିନର ସହାୟତା ରାଶି ବଣ୍ଟନ କାର୍ଯ ଏଇଠି ଶେଷ ହୋଇଥିଲା । 

          ପୁଣି 04.07.2021 ଦିନ ସଦସ୍ୟମାନେ ଅପରାହ୍ନ 4:30 ବେଳେ ଏକାଠି ହୋଇଥିଲେ ରାଣୀପଡା ଛକ ନିକଟରେ  । ସେଠାରୁ ବାହାରି କଳମ୍ବ ଗ୍ରାମରେ ପହଞ୍ଚି ପ୍ରତିମା ସାହୁ ଙ୍କୁ ଭେଟିଥିଲେ । ପ୍ରତିମାଙ୍କ ସ୍ବାମୀ କୁମାର ଚାନ୍ଦ ସାହୁ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇ ଥିଲେ  । ତାଙ୍କ ମୃତ୍ୟୁ ପରେ ଘରର ଆର୍ଥିକ ସ୍ଥିତି ଭୁଷୁଡ଼ି ଯାଇଛି । ତେଣୁ Care Foundation ତରଫରୁ ନଅ ହଜାର (9000) ଟଙ୍କା ର ସହାୟତା ରାଶି, ଏକ ମିଷ୍ଟାନ୍ନ ପ୍ୟାକେଟ ଓ ଏକ ରାସନ ପ୍ୟାକେଟ ପ୍ରଦାନ କରାଗଲା। 

            ପଞ୍ଚମ ହିତାଧିକାରୀ ଥିଲେ କନିଆରୀ ଗ୍ରାମର ଶ୍ରୀମତୀ ନର୍ମଦା ସାହୁ। ସେ ଯକୃତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୁମ୍ବାଇ ସ୍ଥିତ Tata memorial cancer hospital ରେ ଚିକିତ୍ସିତ ହେଉଛନ୍ତି। Care Foundation ର ସଦସ୍ଯ ମାନେ ତାଙ୍କ ଘର ଲୋକଙ୍କୁ ଭେଟି ଦଶ ହଜାର (10,000) ଟଙ୍କାର ସହାୟତା ରାଶି ସହ ଏକ ମିଷ୍ଟାନ୍ନ ପ୍ୟାକେଟ ଓ ଏକ ରାସନ ପ୍ୟାକେଟ ପ୍ରଦାନ କଲେ  । 

             ଜୁନ୍ ମାସରେ ମୋଟ ସହାୟତା ରାଶି ଥିଲା Rs 25,000। ହିତାଧିକାରୀଙ୍କୁ ନିମ୍ନ ପ୍ରକାରେ ସହାୟତା ରାଶି ପ୍ରଦାନ କରାଯାଇଛି। 


1.ଯଶ୍ଵୀନ ଜେନା- Rs 2000

2.ଲେଙା ଗୋଡ- Rs 2000

3.ସନ୍ତୋଷ ସେଠୀ- Rs 2000

4.ପ୍ରତିମା ସାହୁ- Rs 9000

5.ନର୍ମଦା ସାହୁ- Rs 10,000


              ସମସ୍ତ ସଦସ୍ୟଙ୍କ ସହଯୋଗ ଯୋଗୁଁ Care Foundation ତା'ର ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି ଏବଂ ଆମ ସମାଜ ପାଇଁ ଏକ ଉଦାହରଣ ପାଲଟିଛି। ସଦସ୍ୟ ବନ୍ଧୁମାନଙ୍କୁ ଅଶେଷ ଧନ୍ୟବାଦ । 

ଜୟ ଜଗନ୍ନାଥ

GALLERY










Comments

Popular posts from this blog

Beneficiaries of Mar 2022

  Dear all, Namaste, We have reached the following people for the contribution amount received in the month of March 2022. Month Name of the Beneficiaries Amount Paid Address Description Mar Kumari Jasmin Jena 1,000 Jilunda Thalassemia Mar Shri Santosh Sethi 1,000 Surat, Gujurat Partial Paralysis Mar Shri Santosh Kumar Patra 1,000 Banaraghunath Pur Cancer Mar Kumar Jagdish Gouda 1,000 Pandiripada Cancer Mar Shri Bajrasena Barada 1,000 Ranipada, Polasara Paralysis Mar Kumar Pritam Swain 1,000 Ustapada Kidney Disease Mar Smt Rohini Nahak 500 Kuananda Partial Paralysis Mar Shri Padma Charan Maharana 500 Polasara Partial Paralysis Mar Shri Dilip Kumar Dash 2,000 Chamakhandi, Chatrapur Cancer Mar Shri Panchanana Panda 2,000 Dhoyakana Plastic Surgery Mar Kumar Sambit Pattnaik 5,000 Tiridi, Beguniapada Heart Disease Mar Smt Lily Sethi 1,000 Polasara Rheumatoid Arthritis Mar Kumari Sibani Maharana 5,000 Bhubaneswar Vasculitis Mar Oxygen Cylinder* 10,000 Ranipada, Polasara 6,7,8,9,10/12 Tot...

The First Meeting

  On the 10th January 2021, a small number of people gathered at Balukeswar Shiva Temple, N. Gopinathpur, Polasara, for a noble cause. Their mission was to help the needy people of society. It sounds simple, but a few people have ever stepped out. They decided to help those people who are deprived of some basic needs.  In this 21st century, it may look like something absurd or uncommon. However, it is true. Even today, a large section of society does not have access to some basic needs like food, clothing, and shelter.  The Care Foundation has just stepped out for those people. It knows that it will be a difficult path, but the members are determined to support them through small contributions.  They named the group "Care Foundation." A foundation that will be recognized as a group of caring and compassionate people who are ready to sacrifice their time, money, and energy towards a noble cause.  The Care Foundation believes in sustainable development because it ...

Beneficiaries of July 2021

  The beneficiaries of this month are as follows: Kumari Jasmin Jena , a girl child suffering from Thalassemia, was given Rs 2,000 along with a packet of ration and sweets.  Mr. Lenka Gouda , a middle-aged person suffering from partial paralysis, was given Rs 2 ,0 00 along with a packet of ration and sweets. Mrs. Rohini Nahak , a widow, and a physically challenged old woman without any children were given Rs 2 ,000 along with a packet of ration and sweets. Mr. Susanta Kumar Behera , a young man suffering from Neurofibroma, was admitted to SUM Hospital, Bhubaneswar, and was given Rs 10,000 .  Kumar Jagadish Gouda , a child suffering from a tumor currently taking treatment at AIIMS, New Delhi was given Rs 10,000 .  The ration and sweets were donated by Mr. A Beda Prakash Gupta.  We reached three beneficiaries directly. However, we could not reach Mr. Susanta and Kumar Jagdish physically. Therefore, we transferred Rs 10,000 each of them electronically.  Th...