ରହିନାହିଁ କେହି ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ । ପ୍ରିୟ ସହଯୋଗୀ ବନ୍ଧୁ , ଆପଣଙ୍କ ସହଯୋଗରେ Care Foundation ତାର ମହତ୍ ଉଦ୍ଦେଶ୍ଯକୁ ସୂଚାରୁରୂପେ ସଂପାଦନ କରୁଛି । 19.04.2021 ସୋମବାର ଦିନ ଏପ୍ରିଲ ମାସ ପାଇଁ Core Committee ର ନିଷ୍ପତ୍ତି କ୍ରମେ ପାଞ୍ଚ ଜଣ ହିତାଧିକାରୀ ସ୍ଥିରିକୃତ ହୋଇଥିଲେ ଏବଂ 28.04.2021 ବୁଧବାର ଦିନ ସହାୟତା ରାଶି ବଣ୍ଟନ ପାଇଁ ଧାର୍ଯ୍ୟ କରାଯାଇ ଥିଲା। ହିତାଧିକାରୀମାନେ ହେଲେ 1.ଶ୍ରୀୟା ନାୟକ(1ବର୍ଷ), 2.ସନ୍ତୋଷ ସେଠୀ(46), 3.ଯଶସ୍ବିନୀ ଜେନା(7),4.ବଜ୍ରସେନ ବରାଡ(29), 5.ଅଭାଗିନୀ ପରିଡ଼ା(19) । 28.04.2021 ବୁଧବାର ଦିନ ଅପରାହ୍ନ 4:30 ବେଳେ Care Foundation ର ସଦସ୍ଯ ମାନେ ଏକାଠି ହୋଇଥିଲେ । ସେଠାରୁ ବାହାରି ସର୍ବପ୍ରଥମେ ଜିଲୁଣ୍ଡା ଗ୍ରାମର ଯଶସ୍ବିନୀ ଜେନା ଙ୍କୁ ଭେଟିଲେ । ଥାଲାସେମିଆ ରୋଗରେ ଆକ୍ରାନ୍ତ ବାଳିକା ଯଶସ୍ବିନୀ ଜେନା ଙ୍କୁ Care Foundation ପୋଷ୍ୟ ରୂପେ ଗ୍ରହଣ କରିଛି...
"Caring - about people, about things, about life - is an act of maturity" _____Tracy McMillan